Swayamshree

Mahila Samabaya Samiti Ltd.

Regd No - (OCS)- 10/RCS/2014

  • Cuttack : (+91) 0671 - 2334077
  • Badamba : (+91) 06721 - 273020
  • Bhubaneswar : (+91) 0674 - 2472001
  • TollFree No : 18003457168

ସମବାୟ ନୀତି

ସମବାୟ ନୀତି ଗୁଡିକ ହେଉଛି ପଥପ୍ରଦର୍ଶକ ରେଖା ସଦୃଶ |

ସ୍ବେଛାକୃତ ଓ ମୁକ୍ତ ସଭ୍ୟପଦ :

ସମବାୟ ସମିତି ଗୁଡିକ ସ୍ବେଛାକୃତ ଅନୁଷ୍ଠାନ , ଜାତି , ଧର୍ମ , ବର୍ଣ୍ଣ , ଲିଙ୍ଗ ଓ ରାଜନୈତିକ , ସାମାଜିକ ଓ ନିର୍ବିଶେଷରେ ଯେଉଁ ବ୍ୟକ୍ତିମାନେ ଏଥିରୁ ମିଳୁଥିବା ସେବା ଗୁଡିକ ବ୍ୟବହାର କରିବାକୁ ସକ୍ଷମ ଥିବେ ଓ ଦାୟିତ୍ୱ ଗ୍ରହଣ କରିପାରୁଥିବେ ସେହି ବ୍ୟକ୍ତିମାନେ ସଭ୍ୟ ହେବ ପାଇଁ ଏହା ଉନ୍ନକ୍ତ |

ଗଣତାନ୍ତ୍ରିକ ପଦ୍ଧତିରେ ସଭ୍ୟଙ୍କ ଦ୍ୱାରା ନିୟନ୍ତ୍ରଣ :

ସମବାୟ ସମିତିଗୁଡିକ ଗଣତାନ୍ତ୍ରିକ ସଂସ୍ଥା | ଏହା ସେହିମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ | ସଭ୍ୟମାନେ ସକ୍ରିୟଭାବେ ଆଲୋଚନାରେ ଅଂଶ ଗ୍ରହଣ କରି ନିଷ୍ପତ୍ତି ଓ ନୀତି ନିର୍ଦ୍ଧାରଣ କରିଥାଆନ୍ତି | ନିର୍ବାଚିତ ପ୍ରତିନିଧି ଭାବେ ପୁରୁଷ ଏବଂ ମହିଳାମାନେ ଏହାର ସେବା କରିଥାଆନ୍ତି ଏବଂ ସଭ୍ୟମାନଙ୍କ ପ୍ରତି ଉତ୍ତରଦାୟୀ ହୋଇଥାଆନ୍ତି | ପ୍ରାଥମିକ ସମିତି ସ୍ତରରେ ଭୋଟ ଦେବାପାଇଁ ପ୍ରତ୍ୟୋକଙ୍କର ଅଧିକାର ଥାଏ ( ଅର୍ଥାତ ଜଣେ ସଭ୍ୟ ଗୋଟିଏ ଭୋଟ ) ନୀତି ଏବଂ ଉଚ୍ଚସ୍ତର ସମିତି ମାନଙ୍କର ଗଣତାନ୍ତ୍ରିକ ପଦ୍ଧତିରେ ଭୋଟଦାନ ସଂଗଠିତ ହୋଇଥାଏ |

ସଭ୍ୟଙ୍କ ଅର୍ଥନୈତିକ ଯୋଗଦାନ :

ପ୍ରତ୍ୟୋକ ସଭ୍ୟ ସାମନଭାବେ ପୁଞ୍ଜି ଲଗାଣ କରି ସମିତିରେ ସେହି ପୁଞ୍ଜିକୁ ଗଣତାନ୍ତ୍ରିକ ପଦ୍ଧତିରେ ନିୟନ୍ତ୍ରଣ କରିଥାନ୍ତି | ସାଧାରଣତଃ ସେହି ପୁଞ୍ଜିର ଅଂଶବିଶେଷ , ସମିତିର ସାଧାରଣ ସଂପତ୍ତି ସଭ୍ୟମାନେ ସାଧାରଣତଃ ସୀମିତ କ୍ଷତିପୂରଣ ପାଇପାରିଥାନ୍ତି | ଯଦି ସେମାନେ ସଭ୍ୟ ସର୍ତ୍ତାବଳି ଅନୁଯାୟୀ କିଛି ପୁଞ୍ଜିଦାନ କରିଥାଆନ୍ତି , ବଳକା ପାଣ୍ଠିକୁ ସଭ୍ୟମାନେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିଥାଆନ୍ତି | ଯଥା : ସମ୍ଭବତଃ ଗଛିତ ପାଣ୍ଠି ଗଠନ କରି ସେମାନଙ୍କର ସମିତିଙ୍କୁ ବିକାଶ କରିଥାଆନ୍ତି | କିଛି ଅଂଶ ଯେପରି ଅବଣ୍ଟନୀୟ ରହେ , ସମିତି କାରବାରରେ ସମାନୁପାତିକ ଅଂଶ ଗ୍ରହଣ କରିଥିବା ସଭ୍ୟଙ୍କୁ ହିତସାଧନ ନିମନ୍ତେ ସୁବିଧା ଦେବା , ସଭ୍ୟାମାନଙ୍କର ଆନୁମୋଦନ କ୍ରମେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସାହାଯ୍ୟ କରିବା |

ସ୍ୱାୟତତ୍ତା ଓ ସ୍ୱାଧୀନତା :

ସମବାୟ ସମିତିଗୁଡିକ ସ୍ୱୟଂଶାସିତ , ଆତ୍ମସାହାଯ୍ୟ ଓ ସଭ୍ୟମାନଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା | ବାହାରୁ ପୁଞ୍ଜି ଉଠାଣ ପାଇଁ କିମ୍ବା ସରକାରଙ୍କ ସହ ଯଦି କୌଣସି ଚୁକ୍ତି ସ୍ୱାକ୍ଷରିତ କରନ୍ତି ତେବେ ତାହା ସଭ୍ୟମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିରେ ହେବ , ଯେପରିକି ତାହା ସମିତିର ସ୍ୱାୟତତ୍ତାକୁ ଅକ୍ଷୁର୍ଣ୍ଣ ରଖେ |

ଶିକ୍ଷା, ତାଲିମ ଓ ସୂଚନା :

ସମବାୟକୁ ସଫଳ ଭାବେ ବିକାଶ କରିବା ପାଇଁ ସମିତିର ସଭ୍ୟ , ନିର୍ବାଚିତ ପ୍ରତିନିଧି , ପରିଚାଳକ ଓ କର୍ମଚାରୀମାନଙ୍କୁ ସମବାୟ ଶିକ୍ଷା ଏବଂ ତାଲିମ ଯୋଗାଇଦେବା ଆବଶ୍ୟକ | ସେମାନେ ଜନସାଧାରଣଙ୍କୁ ନିର୍ଦ୍ଧିଷ୍ଟ ଭାବେ ଯୁବ ଗୋଷ୍ଠୀକୁ ସମବାୟ ସମିତିର ପ୍ରକୁତି ଓ ଉପକାରିତା ବିଷୟରେ ସୂଚନା ଦେବେ |

ସମିତିମାନଙ୍କ ମଧ୍ୟରେ ସୁ - ସଂପର୍କ :

ସମବାୟ ସମିତିମାନେ ସଭ୍ୟମାନଙ୍କୁ ସଫଳ ସେବା ଯୋଗାଇବାକୁ ଏବଂ ସମବାୟ ଆନ୍ଦୋଳନକୁ ମଜବୁତ କରିବାକୁ ହେଲେ ସେମାନେ ପ୍ରାଥମିକ , ଅଞ୍ଚଳ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମିଳିମିଶି କାର୍ଯ୍ୟ କରିବା ଅପରିହାର୍ଯ୍ୟ |

ସମୁଦାୟ ପ୍ରତି ନିଷ୍ଠା :

ସମବାୟ ସମିତି ଗୁଡିକ ସଭ୍ୟମାନଙ୍କ ଅନୁମୋଦିତ ନୀତି ଅନୁଯାୟୀ ସମାଜର ସାମୁହିକ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥାଆନ୍ତି |..........